ଅପରାଧ

ବାଙ୍ଗଲାଦେଶୀ ଦେହଜୀବୀ ମାମଲା- ଆକ୍ସନ ମୋଡରେ ପୋଲିସ, ଦଲାଲ ଦମ୍ପତି ଗିରଫ, ସାମ୍ନାକୁ ଆସୁଛି ନୂଆ ତଥ୍ୟ

ଷ୍ଟାରଓଡିଶାନ୍ୟୁଜ ବ୍ୟୁରୋ : ବାଙ୍ଗଲାଦେଶୀ ନାବାଳିକା ଦେହଜୀବୀ ମାମଲାକୁ ଗୁରୁତର ସହ ନେଇଛି ପୋଲିସ । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏହି କଳା କାରନାମା ପଛରେ ଥିବା ଏକ ଦମ୍ପତିକୁ କାବୁ କରି ନେଇଛି । ଏହି ଦମ୍ପତି କଟକ ସଦର ଅଞ୍ଚଳର । ଏହି ଦଲାଲ ଦମ୍ପତିଙ୍କୁ ମଧୁପାଟଣା ପୋଲିସ ଉଠାଇ ନେଇଛି । ଦମ୍ପତିଙ୍କ ସମ୍ପର୍କରେ ବାଙ୍ଗଲାଦେଶୀ ନାବାଳିକା ସୂଚନା ଦେଇଥିଲେ । ପୋଲିସ ଉଭୟଙ୍କୁ ନେଇ ଏହି କାରବାର ପଛରେ ଆଉ କିଏ ଅଛନ୍ତି ତାକୁ ନେଇ ଖୋଳତାଡ ଆରମ୍ଭ କରିଛି ।

କଟକ ସଦର ଥାନା ଅଧୀନରେ ରହୁଥିବା ଏହି ଗିରଫ ଦମ୍ପତି ଓଡିଶାରେ ଦେହ ବ୍ୟବସାୟ କାରବାର ଚଳାଉଥିଲେ । ଏମାନେ ବାଙ୍ଗଲାଦେଶରୁ ସୁନ୍ଦରୀ ନାବାଳିକାଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ପଶ୍ଚିମ ବଙ୍ଗ ଆଣିଥିଲେ । ସେଠୁ ଓଡିଶା ଅଣାଯାଉଥିଲା । ପୋଲିସକୁ ନାବାଳିକା ନିଜ ଅଙ୍ଗେନିଭା କଥା କହିବା ପରେ ଏହି ଦମ୍ପତିଙ୍କୁ କାବୁ କରିଛି ପୋଲିସ । ଦମ୍ପତି ପୋଲିସକୁ ଏହି ଘଟଣାରେ ଆଉ ଜଣେ ମାଷ୍ଟର ମାଣ୍ଡ ଥିବା କହିଛନ୍ତି । ଆହୁରି ଅନେକ ବାଙ୍ଗଲାଦେଶୀ ଯୁବତୀ ଓଡିଶାରେ ଦେହ ବ୍ୟବସାୟରେ ଥିବା ଜଣାପଡିଛି ।

ତେବେ ମଧୁପାଟଣାର ଶ୍ରୀକୋରୁଆଁ ଅଞ୍ଚଳରୁ ପୋଲିସ ନାବାଳିକାକୁ ପାଇଥିଲା । ନାବାଳିକା ପୋଲିସକୁ କହିଥିଲା କିପରି ତାକୁ ଚାକିରି ଦେବା ବାହାନାରେ ଆଣି ଏଠି ନିର୍ଯାତନା ଦେଉଛନ୍ତି । ଦିନକୁ ୧୫ରୁ ୧୬ ଜଣ ଲୋକ ତାର ଶୋଷଣ କରୁଥିବା କହିଥିଲା ଝିଅଟି । ଯାହା ପୋଲିସର ନିଦ ହଜେଇ ଦେଇଛି ।

Related posts

ଭିଡିଓ ଭାଇରାଲ କରିବା ଧମକ ଦେଇ ବର୍ଷେ ହେଲା ଭାଉଜଙ୍କୁ କରୁଥିଲେ ବଳାତ୍କାର

Star Odisha News

ରାତି ଅଧରେ ଏଟିଏମ ଲୁଟିନେଲେ ଦୁର୍ବୃତ୍ତ

Star Odisha News

ସର୍ଟର ତାଲା ଭାଙ୍ଗି ଏଟିଏମ ଲୁଟିବା ହେଲା ପଣ୍ଡ

Star Odisha News

Leave a Comment