ଅପରାଧ

ଭିଡିଓ ଭାଇରାଲ କରିବା ଧମକ ଦେଇ ବର୍ଷେ ହେଲା ଭାଉଜଙ୍କୁ କରୁଥିଲେ ବଳାତ୍କାର

ଷ୍ଟାରଓଡିଶାନ୍ୟୁଜ (ଗଞ୍ଜାମ) : ଭାଉଜଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦିଅରଙ୍କୁ ବୁଗୁଡ଼ା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବୁଗୁଡ଼ା ଥାନା ଅଧୀନ ତାମ୍ବିରୀ ଗ୍ରାମର ସୀମାଞ୍ଚଳ ଗୌଡ଼।

ଅଭିଯୋଗ ମୁତାବକ, ସୀମାଞ୍ଚଳ ପ୍ରାୟ ବର୍ଷେ ହେଲା ଜଣେ ସମ୍ପର୍କୀୟ ଭାଉଜ ସହ ଶାରୀରିକ ସମ୍ପର୍କ ରଖିବା ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରି ଭାଇରାଲ କରିଦେବାର ଡର ଦେଖାଇ ବାରମ୍ବାର ବଳାକତ୍ାର କରି ଆସୁଥିଲା।

କେରଳରେ ଦାଦନ ଖଟୁଥିବା ସୀମାଞ୍ଚଳ ୭ ତାରିଖରେ ଭାଉଜଙ୍କୁ ବାହା ହେବା ବାହାନାରେ କେରଳ ଯିବା କହି ଭୁବନେଶ୍ୱରରେ ଛାଡ଼ି ଦେଇ ଫେରାର ହୋଇଯାଇଥିଲେ। ସମ୍ପୃକ୍ତ ମହିଳା ବହୁ ସମୟ ଧରି ଅପେକ୍ଷା କରିବା ପରେ ସୀମାଞ୍ଚଳଙ୍କ ପତ୍ତା ନ ମିଳିବାରୁ ମହିଳା ଜଣକ ଗ୍ରାମକୁ ଫେରି ଆସି ବୁଗୁଡ଼ା ଥାନାର ଦ୍ୱାରସ୍ଥ ହୋଇଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୫୭୬/୨୪) ରୁଜୁ କରି ସୀମାଞ୍ଚଳଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା କହିଛନ୍ତି।

Related posts

ଓଡ଼ିଶାରେ ଝାଡ଼ଖଣ୍ଡ ଚେନ ଲୁଟେରା

Star Odisha News

ସର୍ଟର ତାଲା ଭାଙ୍ଗି ଏଟିଏମ ଲୁଟିବା ହେଲା ପଣ୍ଡ

Star Odisha News

ପିଲାଙ୍କ ପାଇଁ ବ୍ୟାନ୍ ହେଲା Social Media: ବଡ଼ ନିଷ୍ପତ୍ତି ନେଲେ ସରକାର

Star Odisha News

Leave a Comment