ଅପରାଧ

ସର୍ଟର ତାଲା ଭାଙ୍ଗି ଏଟିଏମ ଲୁଟିବା ହେଲା ପଣ୍ଡ

କାମାକ୍ଷାନଗର (ପ୍ରକାଶ କୁମାର ପାତ୍ର) : ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଁଳାବେରେଣୀ ଗ୍ରାମ ମାର୍କେଟରେ ଥିବା ବ୍ୟାଙ୍କ ଅଫ ବରୋଦାର ଏଟିଏମ ଲୁଟ ଉଦ୍ୟମ ଫଣ୍ଡ ହୋଇଛି।ଦୁର୍ବୁତ୍ତ ମାନେ ବିଳମ୍ବିତ ରାତିରେ ଏଟିଏମ ସର୍ଟର ତାଲା ଭାଙ୍ଗିବା ସହ ସିସିଟିଭି ତାର କାଟି ଦେଇଥିଲେ। ଏପରିକି ରାତିରେ ଏଟିଏମ ପାଖରେ ବସି ଖାଦ୍ୟ ଖାଇଥିଲେ। ଏବଂ ତାପରେ ଏଟିଏମ ଲୁଟ ପାଇଁ ଉଦ୍ୟମ କରିଥିଲେ। ୪ ରୁ ୫ ଜଣ ଏହି ଲୁଟରେ ସାମିଲ ଥିବେ ବୋଲି ଅନୁମାନ କରାଯାଇଛି । ତେବେ ଏଟିଏମ ଲୁଟିବା ସେମାନଙ୍କ ପକ୍ଷେ ସେତେ ସହଜ ହୋଇନଥିଲା। ଏଟିଏମରେ ଥିବା ଟଙ୍କା ଓ ଏଟିଏମ ମେସିନ ସୁରକ୍ଷିତ ଥିବା ବ୍ୟାଙ୍କ ପରିଚାଳିକା ପ୍ରକାଶ କରିଛନ୍ତି। ଏ ନେଇ ତୁମୁସିଙ୍ଗା ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related posts

ଯାଜପୁରରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର ହେବ ଖୋଳତାଡ଼

Star Odisha News

ଟଙ୍କା ପାଇଁ ମହାଭାରତ

Star Odisha News

ରାତି ଅଧରେ ଏଟିଏମ ଲୁଟିନେଲେ ଦୁର୍ବୃତ୍ତ

Star Odisha News

Leave a Comment