ଦେଶ ବିଦେଶରାଜ୍ୟ
ଷ୍ଟାରଓଡିଶାନ୍ୟୁଜ ବ୍ୟୁରୋ : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୂଆ ଦିଲ୍ଲୀରେ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ‘ଓଡ଼ିଶା ପର୍ବ ୨୦୨୪’ ର ଭବ୍ୟ ସମାରୋହରେ ଯୋଗ ଦେଇ ସମସ୍ତଙ୍କୁ ସମ୍ବୋଧିତ କରିଛନ୍ତି। ଓଡ଼ିଶା ପର୍ବରେ ମହାମହିମ ରାଷ୍ଟ୍ରପତିଙ୍କ ଉପସ୍ଥିତି ଏହି ଉତ୍ସବର ଶୋଭା ଏବଂ ଭବ୍ୟତାକୁ ବହୁଗୁଣରେ ବୃଦ୍ଧି କରିଛି। ଏଥିପାଇଁ ମାନ୍ୟବର ରାଷ୍ଟ୍ରପତି ମହୋଦୟାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଛନ୍ତି।
‘ଓଡ଼ିଶା ପର୍ବ’ ଓଡ଼ିଶାର ସାଂସ୍କୃତିକ ପରମ୍ପରା ଓ ଐତିହ୍ୟର ଏକ ମହାନ୍ ନିଦର୍ଶନ। ଯେଉଁ ହଜାର ହଜାର ଓଡ଼ିଆ ଭାଇଭଉଣୀମାନେ, ଦେଶର ରାଜଧାନୀ ଦିଲ୍ଲୀରେ ଅନେକ ବର୍ଷ ଧରି ରହିଆସୁଛନ୍ତି, ଏହି ମହୋତ୍ସବ ହେଉଛି ସେମାନଙ୍କ ପାଇଁ ଦିଲ୍ଲୀରେ ରହି ଓଡ଼ିଶାକୁ ଅନୁଭବ କରିବାର ଏକ ସୁନ୍ଦର ପ୍ରୟାସ।
ସମସ୍ତେ ଗର୍ବିତ ଯେ ଆମେ ସମସ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମିରେ ଜନ୍ମ ଲାଭ କରିଛୁ ଏବଂ ମହାନ ଓଡ଼ିଆ ଭାଷା ଓ ସଂସ୍କୃତିର ଉପାସକ। କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ମଧ୍ୟ ଏହି ସମୃଦ୍ଧ ପରମ୍ପରାକୁ ଆପଣମାନେ ଏବଂ ଅନ୍ଯାନ୍ଯ ରାଜ୍ୟରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀମାନେ ଯେପରି ପ୍ରଚାର ପ୍ରସାର କରୁଛନ୍ତି, ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related posts

ଉତ୍କର୍ଷ ଓଡ଼ିଶାର ପ୍ରଥମ କଣ୍ଟ୍ରି ପାର୍ଟନର ‘ସିଙ୍ଗାପୁର’: ଓଡ଼ିଶା ଆସିବେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରଦୂତ

Star Odisha News

ଓଡିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ରାଜ୍ୟସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହ

Star Odisha News

ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଁଏ ଶୀତଳଭଣ୍ଡାର ନିର୍ମାଣ କରାଯିବ : କୃଷ୍ଣ ଚନ୍ଦ୍ର ପାତ୍ର

Star Odisha News

Leave a Comment