ରାଜ୍ୟ

ଓଡିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ରାଜ୍ୟସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହ

ଷ୍ଟାରଓଡିଶାନ୍ୟୁଜ (ଭୁବନେଶ୍ୱର): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ, ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା , ମାନ୍ୟବର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂଙ୍କ ଉପସ୍ଥିତିରେ ଆଜି ଓଡିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ ରାଜ୍ୟସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ  941 ଜଣ ନବନିଯୁକ୍ତ ଅଗ୍ନିଯୋଦ୍ଧାମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଗଲା ।
ବନ୍ୟା,ବାତ୍ୟା,ଘରପୋଡି ପରି ଦୈବୀଦୁର୍ବିପାକ ଏବଂ ବସ ଓ ରେଳ ଦୁର୍ଘଟଣା ସମୟରେ ଜୀବନ ପାଇଁ ଲୋକଙ୍କ କରୁଣ ଚିତ୍କାର ସମୟରେ ଯେଉଁମାନେ ଧୈର୍ଯ୍ୟର ସହ ଦାୟିତ୍ୱ ନେଇଥାନ୍ତି ସେମାନେ ପ୍ରକୃତ ଯୋଦ୍ଧା ।
ମହିଳା ମାନେ ନୌସେନା , ସ୍ଥଳସେନା , ବାୟୁସେନାରେ ଯୋଗଦେଇ ଦେଶ ସେବାରେ ନିଜକୁ ନିୟୋଜିତ କରିଛନ୍ତି ତେଣୁ ଅଗ୍ନିଶମ ବାହିନୀରେ ମଧ୍ୟ ମହିଳାଙ୍କ ନିଯୁକ୍ତିର ଆବଶ୍ୟକତାକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ଏନେଇ ବିଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଅତିରିକ୍ତ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ,
ମହାନିର୍ଦ୍ଦେଶକ ,ଅଗ୍ନିଶମ,ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ଶ୍ରୀ ସୁଧାଂଶୁ ଷଢଙ୍ଗୀ, ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଏବଂ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହ ମନ୍ତ୍ରୀ ଶାହ

Star Odisha News

ନେପାଳର ଛାତ୍ରଛାତ୍ରୀଙ୍କୁ କଟକରେ ଛାଡ଼ିବା ପୂର୍ବରୁ ସରକାରଙ୍କୁ ଜଣାଇନି କିଟ୍

Star Odisha News

ରାଜ୍ୟସଭା ଯିବେ ଓଡ଼ିଆ ଚଳଚିତ୍ର ଜଗତର ସୁପରଷ୍ଟାର ଅନୁଭବ ମହାନ୍ତି , ଯାହାକୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚା ଆରମ୍ଭ ହୋଇଛି I

Star Odisha News

Leave a Comment