ମନୋରଞ୍ଜନ

ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଖୋଲାଖୋଲି ଏମିତି କହିଦେଲେ ଅମିତାଭ

ଷ୍ଟାରଓଡିଶାନ୍ୟୁଜ ବ୍ୟୁରୋ : ବଚ୍ଚନ ପରିବାର ଦୀର୍ଘ ଦିନ ଧରି ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଐଶ୍ୱର୍ଯ୍ୟା-ଅଭିଷେକ ବଚ୍ଚନଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି ବୋଲି ଚାଲିଥିବା ଚର୍ଚ୍ଚା ଏବେ ଏକ ଗୁଜବ ବୋଲି ପ୍ରମାଣିତ ହୋଇଛି।

ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଏବଂ ଝିଅ ଆରାଧ୍ୟା ବଚ୍ଚନଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋଗୁଡ଼ିକରେ, ବାପା-ମା’ ଏବଂ ଝିଅ ତିନି ଜଣଙ୍କୁ ଏକାଠି ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଐଶ୍ୱ-ଅଭିଙ୍କ ଦାମ୍ପତ୍ୟ ଜୀବନରେ ସବୁକିଛି ଠିକ ଅଛି ବୋଲି କୁହାଯାଉଛି। ତେବେ ଏହାରି ଭିତରେ କେବିସି ସେଟ୍‌ରେ ନିଜ ବୋହୂଙ୍କୁ ନେଇ ବିଗ୍‌ ବି ଏମିତି କିଛି କହିଛନ୍ତି ଯାହା ଚର୍ଚ୍ଚା ହେବାରେ ଲାଗିଛି।

କେବିସି ୧୬ ସେଟରେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ପରିବାର ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ବଚ୍ଚନ ଜଣେ ପ୍ରତିଯୋଗୀଙ୍କ ସହ ପାରିବାରିକ ସମ୍ପର୍କ ବିଷୟରେ କଥା ହେଉଥିଲେ। ଯେତେବେଳେ ପ୍ରତିଯୋଗୀ ବିଗ ବି’ ଙ୍କୁ ପ୍ରେମ ବିବାହରେ ଥିବା ଅସନ୍ତୋଷ ବିଷୟରେ ପଚାରିଥିଲେ, ସେତେବେଳେ ସେ ଏପରି କିଛି ମନ୍ତବ୍ୟ ଦେଇଥିଲେ ଯାହା ଶୁଣି ସମସ୍ତେ ତାଜୁବ ହୋଇଯାଇଥିଲେ।

https://x.com/SonyTV/status/1866101338775392421

 

ଅମିତାଭ ବଚ୍ଚନ କ୍ୟାମେରା ଆଗରେ ତାଙ୍କ ପରିବାରରେ ପ୍ରେମ ବିବାହ ଏବଂ ବିବାଦ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ଅମିତାଭ ବଚ୍ଚନ କହିଛନ୍ତି ଯେ, ତାଙ୍କ ଘରେ ବିଭିନ୍ନ ରାଜ୍ୟର ଲୋକ ଅଛନ୍ତି।  ମୋ ଝିଅ ପଞ୍ଜାବୀ ପରିବାରରେ ବିବାହ କରିଛନ୍ତି। ଏବଂ ମୋ ପୁଅ ମାଙ୍ଗାଲୋରର ଝିଅକୁ ବିବାହ କରିଛନ୍ତି। ମୋ ବାପା ସବୁବେଳେ କହୁଥିଲେ ଯେ, ଆମେ ଦେଶର କୋଣ ଅନୁକୋଣରୁ ବୋହୂ ଆଣିଛୁ। ଆମ ବୋହୂ ଐଶ୍ୱର୍ଯ୍ୟା ରାୟ ମାଙ୍ଗାଲୋରର ଏବଂ ମୋ ପୁଅ ତାଙ୍କୁ ଭଲ ପାଉଥିଲେ। ଅମିତାଭ ବଚ୍ଚନ କ୍ୟାମେରା ଆଗରେ କହିଛନ୍ତି, ଆମ ପରିବାରରେ କୌଣସି ବନ୍ଧନ ନ ଥିଲା, କିନ୍ତୁ ପ୍ରେମ ଏବଂ ବୁଝାମଣା ଥିଲା ଯାହା ସମ୍ପର୍କକୁ ମଜବୁତ କରିଥାଏ।

Related posts

ଓଡ଼ିଆ ଫିଲ୍ମ ‘ପରବ’ ପ୍ରି-ରିଲିଜ ଇଭେଣ୍ଟ; ଏହି ଦିନ ଭୁବନେଶ୍ୱର-ବେଙ୍ଗାଲୁରୁ-ଚେନ୍ନାଇରେ ହେବ ଧମାକା

Star Odisha News

୨୯ ବର୍ଷ ପରେ ପରସ୍ପରଠାରୁ ଅଲଗା ହେଲେ ଏ. ଆର୍. ରେହମାନ୍ ଓ ସାଇରା ବାନୁ

Star Odisha News

ପରଲୋକରେ ଲୋକପ୍ରିୟ ମଲୟାଲମ ଅଭିନେତା ମେଘନାଥନ

Star Odisha News

Leave a Comment