ରାଜ୍ୟ

ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ୍‌ ଥିଲେ ଆସିବନି ଟଙ୍କା, ଏମିତି କରିବାକୁ ଅପିଲ୍ କଲେ ଉପମୁଖ୍ୟମନ୍ତ୍ରୀ

ଷ୍ଟାରଓଡିଶାନ୍ୟୁଜ (ଭୁବନେଶ୍ୱର) : ରାଜ୍ୟ ସରକାରଙ୍କର ସୁଭଦ୍ରା ଯୋଜନାରେ ଆସନ୍ତା ଡିସେମ୍ବର ମାସ ପହିଲା ସୁଦ୍ଧା ୧ କୋଟି ମହିଳା ହିତାଧିକାରୀ ଆର୍ଥିକ ସହାୟତା ପାଇଥିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି ଆସନ୍ତା ରବିବାର ସୁଦ୍ଧା ଆଉ ୨୦ ଲକ୍ଷ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଅର୍ଥରାଶି ପ୍ରଦାନ କରାଯିବ। ତେବେ ଗୋଟିଏ ମୋବାଇଲ ନମ୍ବରରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଥିବାରୁ ସମସ୍ୟା ଦେଖିବାକୁ ମିଳୁଛି। ଏଥିପାଇଁ ଅନେକ ମହିଳା ଏହି ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି।

ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୋଟିଏ ମୋବାଇଲ ନମ୍ବରରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଦେବା ଲାଗି ଅପିଲ କରିଛନ୍ତି। ଏଥିସହିତ ବାଦ୍‌ପଡ଼ିଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ୍‌ କରିବା ନେଇ ଆଜି ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହାପରେ ପରିଡ଼ା କହିଛନ୍ତି ବର୍ତ୍ତମାନ ସୁଦ୍ଧା ୧ କୋଟି ୧୬ ଲକ୍ଷ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି। ତେବେ ଏହି ତୃତୀୟ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଅଙ୍ଗନବାଡି ସମସ୍ତ ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକାଙ୍କୁ ଟଙ୍କା ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Related posts

ନିଆରା ଢଙ୍ଗରେ ପାଳନ ହେଲା ପ୍ରତିଷ୍ଠା ଦିବସ II 9 ବର୍ଷରେ ପାଦ ଥାପିଲା ମା ମଙ୍ଗଳ ସର୍ଭିସେସ II Star Odisha News

Star Odisha News

ମଧୁବନ ରେସ୍ତୋରାଁ ସିଲ୍‌: ଗ୍ରାହକଙ୍କୁ ପରସୁଥିଲା ବାସି ଖାଦ୍ୟ

Star Odisha News

ନେପାଳର ଛାତ୍ରଛାତ୍ରୀଙ୍କୁ କଟକରେ ଛାଡ଼ିବା ପୂର୍ବରୁ ସରକାରଙ୍କୁ ଜଣାଇନି କିଟ୍

Star Odisha News

Leave a Comment