ରାଜ୍ୟ

ମଧୁବନ ରେସ୍ତୋରାଁ ସିଲ୍‌: ଗ୍ରାହକଙ୍କୁ ପରସୁଥିଲା ବାସି ଖାଦ୍ୟ

ମଧୁବନ ରେସ୍ତୋରାଁ ସିଲ୍‌: ଗ୍ରାହକଙ୍କୁ ପରସୁଥିଲା ବାସି ଖାଦ୍ୟ

ଷ୍ଟାରଓଡିଶାନ୍ୟୁଜ (ରାଉରକେଲା) : ସେକ୍ଟର୍‌-୪ରେ ଥିବା ସହରର ପ୍ରତିଷ୍ଠିତ ମଧୁବନ ରେସ୍ତୋରାଁକୁ ସିଲ୍ କରିଛି କର୍ତ୍ତୃ୍ପକ୍ଷ। ଗ୍ରାହକଙ୍କୁ ବାସି ଓ ଅସ୍ବାସ୍ଥ୍ୟକର ଖାଦ୍ୟ ପରସୁଥିବାରୁ ଏହି ପୁରୁଣା ରେସ୍ତୋରାଁ ବିରୋଧରେ ଚରମ ପଦକ୍ଷେପ ଗ୍ରହଣ କରାଯାଇଛି। ସହରର ବହୁ ହୋଟେଲ୍‌, ରେସ୍ତୋରାଁ ଗ୍ରାହକମାନଙ୍କୁ ବାସି ଓ ଅଖାଦ୍ୟ ପରସୁ ଥିବାବେଳେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କେବଳ ରାସ୍ତାପାର୍ଶ୍ବ ଠେଲା ଓ ଛୋଟ ଦୋକାନ ଉପରେ ସୀମିତ ଥିଲା ବୋଲି ଅଭିଯୋଗ ହୋଇ ଆସୁଥିଲା।

ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିୟମିତ ଚଢ଼ଉ ହେଉଥିଲେ ହେଁ ଏହାର କୌଣସି ପ୍ରଭାବ ହୋଟେଲ୍‌ ଓ ରେସ୍ତୋରାଁ ମାଲିକଙ୍କ ଉପରେ ପଡ଼ୁନଥିଲା। ନିକଟରେ ଅସ୍ବାସ୍ଥ୍ୟକର ପରିବେଶରେ ନିମ୍ନମାନର ଆଇସ୍‌କ୍ରିମ ପ୍ରସ୍ତୁତ କରୁଥିବା କାରଖାନା ଉପରେ ଆର୍‌ଏମ୍‌ସି ପକ୍ଷରୁ ଚଢ଼ଉ କରି ସିଲ୍‌ କରାଯାଇଥିଲା। ଆଜି ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିସନର ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ସେକ୍ଟର-୪ସ୍ଥ ମଧୁବନ ରେସ୍ତୋରାଁରେ ଚଢ଼ଉ ହୋଇଥିଲା।

ରେସ୍ତୋରାଁର ଖାଦ୍ୟପଦାର୍ଥ ଯଥା, ଖୁଆ, ମିଠା ଏବଂ ସବୁ ଖାଦ୍ୟରେ ବ୍ୟବହୃତ ମସଲାର ନମୁନା ସଂଗ୍ରହ କରାଯାଇ ଏହାର ମାନ ପରୀକ୍ଷା ପାଇଁ ଭୁବନେଶ୍ଵରସ୍ଥ ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଛି। ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି କରିବା ସହ ରୋଷେଇଶାଳାରେ ଅସରପା, ମୂଷା ବୁଲିବା, ମିଠା ପ୍ରସ୍ତୁତ ସ୍ଥାନରେ ବାସନ ସଫା କରିବା ଘଟଣା ନଜରକୁ ଆସିବା ପରେ ସଂପୃକ୍ତ ରେସ୍ତୋରାଁକୁ ପୂର୍ବରୁ ଆର୍‌ଏମ୍‌ସି ତରଫରୁ ନୋଟିସ୍‌ ଜାରି କରାଯାଇଥିଲା।

ତିନିତିନିଥର ନୋଟିସ୍ ପରେ ବି ରେସ୍ତୋରାଁର ମାଲିକ କୌଣସି ପଦକ୍ଷେପ ନେଉ ନଥିଲେ। ଫଳରେ ଗୁରୁବାର ଅତର୍କିତ ଚଢ଼ଉ କରାଯାଇ ମଧୁବନ ରେସ୍ତୋରାଁକୁ ସାତ ଦିନ ପାଇଁ ସିଲ୍ କରାଯାଇଛି। କାର୍ଯ୍ୟନିର୍ବାହୀ ଜିଲ୍ଲା ମାଜିଷ୍ଟ୍ରେଟ୍‌ ବିକାଶ ଭୋଇଙ୍କ ସହ ଆର୍‌ଏମ୍‌ସି ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀ ସ୍ଵାଗତିକା ବେହେରା, ଦୀକ୍ଷା ଦେ’ ଏବଂ ମୋନାଲିସା ଟପ୍ପୋ ସେକ୍ଟର-୩ ପୁଲିସ ସହଯୋଗରେ ଉକ୍ତ ରେସ୍ତୋରାଁଟିକୁ ସିଲ୍ କରିଥିଲେ।

Related posts

ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

Star Odisha News

ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଁଏ ଶୀତଳଭଣ୍ଡାର ନିର୍ମାଣ କରାଯିବ : କୃଷ୍ଣ ଚନ୍ଦ୍ର ପାତ୍ର

Star Odisha News

ରାଜ୍ୟସଭା ଯିବେ ଓଡ଼ିଆ ଚଳଚିତ୍ର ଜଗତର ସୁପରଷ୍ଟାର ଅନୁଭବ ମହାନ୍ତି , ଯାହାକୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚା ଆରମ୍ଭ ହୋଇଛି I

Star Odisha News

Leave a Comment