ରାଜ୍ୟ

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୭୫ତମ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ପାଳିତ ।

ଆସ୍କା (କୈଳାଶ ଚନ୍ଦ୍ର ମହାରଣା) : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଭାରତ ବର୍ଷର ୭୫ତମ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ଆନୁଷ୍ଠାନିକ ରୂପେ ଅନୁଷ୍ଠିତ ହୋଇଯାଇଛି। ଏନଏସ୍ଏସ୍ ଯୋଜନା ଅଧିକାରୀ ଚ଼ନ୍ଦନ ମାରାଣ୍ଡି ମଞ୍ଚାସୀନ ଅତିଥିଙ୍କ ପରିଚ଼ୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ନିଜର ସ୍ବାଗତ ଭାଷଣ ଏବଂ ସମ୍ବିଧାନ ଦିବସର ଉଦ୍ଦେଶ୍ୟ ପ୍ରତିପାଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ରୂପେ ସ୍ବମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବସର ପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ, ମୁଖ୍ୟବକ୍ତା ରୂପେ ସହ ପ୍ରଶାସନିକ ଅଧିକାରୀ ଏବଂ ରାଜନୀତି ବିଜ୍ଞାନର ବରିଷ୍ଠ ପ୍ରାଧ୍ୟାପକ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ପ୍ରଶାସନିକ ଅଧିକାରୀ ଓ ଏନସିସି ମେଜର ଡ. ଶଂକର ପ୍ରସାଦ ଅଧିକାରୀ ଏବଂ ଯୁବରେଡକ୍ରସ୍ ଉପଦେଷ୍ଟା ଡ. ଅଜିତ୍ ତୁମାର ମୁନୀ ମଞ୍ଚାସୀନ ଥିଲେ।

ମୁଖ୍ୟଅତିଥି ନିଜ ବ୍ୟକ୍ତବ୍ୟରେ ଭାରତୀୟ ସମ୍ବିଧାନର ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦଙ୍କ ଅଧ୍ୟକ୍ଷତାରେ ଭାରତୀୟ ସମ୍ବିଧାନର ଜନକ ଡ. ବି.ଆର୍. ଅମ୍ବେଦକରଙ୍କ ଦ୍ବାରା ଲିଖିତ ନିୟମାବଳୀକୁ ବିଶ୍ବର ସର୍ବଶ୍ରେଷ୍ଟ ଦୀର୍ଘତ୍ତମ ଲିଖିତ ସମ୍ବିଧାନ ରୂପେ ପରିଣିତ ହୋଇପାରିଛି ବୋଲି କହିଥିଲେ। ତେଣୁ ଆମ ସମସ୍ତଙ୍କୁ ଏହାର ସାର୍ବଭୌମତ୍ବ, ଗାରିମା ଏବଂ ସୁରକ୍ଷାକୁ ରକ୍ଷା କରିବା ଉଚ଼ିତ୍। ମୁଖ୍ୟବକ୍ତାଙ୍କ ସମ୍ବିଧାନ ଦ୍ବାରା ପ୍ରଣୟନ ସମସ୍ତ ଅଧିକାର, ମୌଳିକ କର୍ତ୍ତବ୍ୟ ଓ ନିୟମାବଳୀକୁ ପୁଙ୍ଖାନୁପୁଙ୍ଖ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଲୋଚ଼ନା କରିଥିଲେ। ସାମ୍ବିଧାନିକ ସ୍ବାତନ୍ତ୍ର୍ୟ ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ବିକାଶ ହୋଇଥାଏ ବୋଲି କହିଥିଲେ। ମୁଖ୍ୟ ଅତିଥି ଏବଂ ବକ୍ତାଙ୍କ ଔଜସ୍ବୀ ଅଭିଭାଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିପାରିିଥିଲା। ସମ୍ନାନିତ ଅତିଥି ଡ.ଅଧିକାରୀ ଭାରତୀୟ ସମ୍ବୂଧାନର ଶ୍ରେଷ୍ଠତା ଉପରେ ନିଜର ମତ ସାବ୍ୟସ୍ତ କରିଥିଲେ। ଭାରତୀୟ ମାଟିର ବଂଶଜ ବିଦେଶରେ କିପରି ରାଜନୀତିର କାୟାବିସ୍ତାର କରିପାରିଛନ୍ତି ତାହାର ଉଦାହରଣ କମଳା ହାରିଶ୍ ଏବଂ ଋଷି ସୁନକଙ୍କ କଥା ରଖିଥିଲେ।

ମୋଦୀ ସରକାରଙ୍କ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ବାସର ଧାରାକୁ ସମ୍ବିଧାନ ନିୟମ ଦ୍ବାରା ଜୋଡିଥିଲେ ଛାତ୍ରୀ ମନିଷା ଜେନା। ଏକ ରାଷ୍ଟ୍ର ଏବଂ ଏକ ନିର୍ବାଚନ କରିବା ପାଇଁ ଆଲେଖ ପ୍ରସ୍ତୁତ କରିଥିଲେ ଛାତ୍ର ସାଇ ପ୍ରସାଦ ସାହୁ, ସାମ୍ବିଧାନିକ ଦୃଷ୍ଟିରେ ଆତ୍ମନିର୍ଭରଶୀଳ ଭାରତକୁ ପ୍ରୋତ୍ସାହନ ଦେଇ ନିଜ ଅଭିଭାଷଣ ରଖିଥିଲେ ଛାତ୍ରୀ ପ୍ରାଚ୍ଚୀ ପଟ୍ଟନାୟକ ଏବଂ ଛାତ୍ର ହିମାଂଶୁ ରୟଜିତ୍ ଜେନା ରାଷ୍ଟ୍ରୀୟ ସମ୍ବିଧାନ ଦିବସର ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ। ଏନ୍ଏସ୍ଏସ୍ ଅଧିକାରୀ ପବିତ୍ର ଧଙ୍ଗଡାମାଝୀ ଓ ଇ.ରେଶମା ପାତ୍ର ଏବଂ ଯୁବ ରେଡକ୍ରସ୍ ଉପଦେଷ୍ଟା ରାଜେଶ୍ କୁମାର ସାହୁ, ଲେବ୍ ଟେକ୍ନିସିୟାନ୍ ଧନଞ୍ଜୟ ମହାପାତ୍ର ଓ କୃଷ୍ଣ ଚ଼ନ୍ଦ୍ର ପାତ୍ର କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାରେ ସାହାଯ୍ୟ କରିଥିଲେ। ସମ୍ବିଧାନ ଦିବସ ଉପଲକ୍ଷେ ଆୟୋଜିତ ପ୍ରଶ୍ନୋତ୍ତରୀ, ନିବନ୍ଧ ଏବଂ ବତ୍କୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ମଞ୍ଚାସୀନ ଅତୁଥିଙ୍କ କରକମଳରେ ପୁରସ୍କାର ଜନିତ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା। ପ୍ରାୟ ତିନ୍ ଶହରୁ ଊର୍ଦ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ଥିବାର ନଜିର ରହିଛି। ପରିଶେଷରେ ସ୍କାଉଟ୍ ଗାଇଡ୍ସର ଅଫିସର ସରୋଜ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ନେପାଳର ଛାତ୍ରଛାତ୍ରୀଙ୍କୁ କଟକରେ ଛାଡ଼ିବା ପୂର୍ବରୁ ସରକାରଙ୍କୁ ଜଣାଇନି କିଟ୍

Star Odisha News

ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଁଏ ଶୀତଳଭଣ୍ଡାର ନିର୍ମାଣ କରାଯିବ : କୃଷ୍ଣ ଚନ୍ଦ୍ର ପାତ୍ର

Star Odisha News

ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Star Odisha News

Leave a Comment